March 27, 2023

ଆସନ୍ତା ୨୪ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ସମସ୍ତ ଆଂଚଳିକ ଦଳର ସମର୍ଥନ ଲୋଡିଛନ୍ତି ସୋନିଆ ଗାନ୍ଧୀ

1 min read
Sonia-Gandhi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୦୫) : ଆସନ୍ତା ୨୪ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ସୋନିଆ  । ସୋନିଆ ଯେ କେବଳ ନବୀନଙ୍କୁ ଚିଠି ଲେଖିଛନ୍ତି ତାହା ନୁହେଁ ବଂର ବିଜେପି, ୱାଇ.ଏସ୍.ଆର୍.କଂଗ୍ରେସ, ଟିଡିପି, ଟିଆରଏସ୍ ଭଳି ବିଭିନ୍ନ ଆଂଚଳିକ ଦଳର ସମର୍ଥନ ମଧ୍ୟ ଲୋଡିଛନ୍ତି ।

ମାତ୍ର ଏ ପ୍ରସଙ୍ଗରେ ଖୁବ୍ ମାପିଚୁପି ଉତ୍ତର ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରତାପ କହିଛନ୍ତି ଜଣେ ଦଳ ଅନ୍ୟ ଦଳର ସାହାଯ୍ୟ ଲୋଡିବା କୌଣସି ନୂଆ କଥା ନୁହେଁ  । ଆସନ୍ତା ୨୩ ତାରିଖରେ ହିଁ ସ୍ପଷ୍ଟ ହେବ ବିଜେଡି କୁଆଡେ ଯିବ । ପୂର୍ବରୁ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ନବୀନଙ୍କ ବାର୍ତ୍ତାଳାପ ଏଇ ପ୍ରସଙ୍ଗରେ ଆଣିଥିଲା ନୂଆ ଟୁଇଷ୍ଟ  । ବର୍ତ୍ତମାନ କିନ୍ତୁ ନବୀନଙ୍କୁ ସୋନିଆଙ୍କ ଚିଠି, ଘଟଣାରେ ଭରିଛି ବେଶ୍ ଉଷ୍ମତା ।

ସେପଟେ ଏହାକୁ ଅତି ହାଲକା ଭାବେ ନେଇଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମୋଦିଙ୍କ ଲୋକ ପ୍ରିୟତା ଶ୍ରୋତରେ ବହିଯାଉଥିବା କଂଗ୍ରେସ କୁଟା ଖିଅକୁ ସାହାରା କରୁଛି । ସେପଟେ କଂଗ୍ରେସ କହିଛି ଦଳୀୟ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେଥିରେ ଆମେ ସହମତ  । ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ  । ତେବେ ଏହା ପୂର୍ବରୁ ଜୋର ଧରିଛି ରାଜନୈତିକ ଅଙ୍କକଷା  ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.