ଆସନ୍ତା ୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବ ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୦/୦୫) : ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ ବ୍ୟବସ୍ଥାକୁ ସଜାଡ଼ିବା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନଡିଆରଏଫ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପୁରୀରେ ବିଦ୍ୟୁତ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନଡିଆରଏଫ ପକ୍ଷରୁ ଗ୍ୟାସ କଟର ଏବଂ ପ୍ଲାଜମା କଟର ମେସିନ ସହ କର୍ମଚାରୀ ନିୟୋଜିତ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ।

ଆସନ୍ତା ୧୨ ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଘଡିସନ୍ଧି ମୂହର୍ତରେ ରେଳ ବିଭାଗର କ୍ରାଇସିସ୍ ମ୍ୟାନେଜମେଂଟର ଭଲ ସ୍ୱଭାବ ଅଛି କାମ କରିବାର । ରାଜ୍ୟ ସରକାରଙ୍କ ସହ ରେଳ ବିଭାଗ କାନ୍ଧକୁ କାନ୍ଧ ମିଶାଇ କାମ କରୁଛି । ରେଳବିଭାଗର ପ୍ରସ୍ତୁତି ସନ୍ତୋଷଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ଫୋନିର ପ୍ରଭାବରେ ଖୋର୍ଦ୍ଦା ଡିଭିଜନ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱର-ଖୋର୍ଦ୍ଦା ରୋଡ, ପୁରୀ ଓ କଟକ ଷ୍ଟେସନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ୧୮ ପେୟାର ଟ୍ରେନ୍ ପୁରୀ ଯାଏଁ ଚାଲେ । ସେଥିମଧ୍ୟରୁ ୧୦ ପେୟାର ଟ୍ରେନ୍ ପୁରୀକୁ ଚାଲିବା ଆରମ୍ଭ କରିଛି । ପୁରୀ ଏକ୍ସପ୍ରେସ ଚଳାଚଳ ସ୍ୱାଭାବିକ୍ ହୋଇଛି । ୧୨ ତାରିଖ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳବିଭାଗର ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବିଜୁଳି ସଂଯୋଗ କାମ ରେଳେଓ ଟ୍ରାକସନ ରେ ପୁରୀ ପର୍ଯ୍ୟନ୍ତ ହୋଇସାରିଲାଣୀ । ଭୁବନେଶ୍ୱର-ଖୋର୍ଦ୍ଦା ମଧ୍ୟରେ ବିଜୁଳି ଜଳିବା କାରଣରୁ ପାଣି, ଚାର୍ଜିଂ ପଏଂଟ ବ୍ୟବସ୍ଥା ହୋଇସାରିଛି । ଯାହାଫଳରେ ଏହା ଆଶ୍ରୟ ଓ ଆସ୍ଥାର କେନ୍ଦ୍ରଭାବେ କାମ କରିପାରିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଥଯାତ୍ରା ସମୟରେ ରେଳବିଭାଗ ଯେତିକି ପ୍ରସ୍ତୁତି କରେ ଚଳିତବର୍ଷ ତାହା ଠାରୁ ଅଧିକ ପ୍ରସ୍ତୁତି ରହିବା ପାଇଁ ରେଳବିଭାଗର ଅଧିକାରୀ ମାନେ କହିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ବିପନ୍ନ ଅଂଚଳରେ ତେଲଟାଙ୍କି ଚାଲୁ ହେବା ପକ୍ରିୟା ସ୍ୱାଭାବିକ୍ ହେଲାଣି । ଲୋକମାନଙ୍କ ମନରେ ଡର କାରଣରୁ ୩ ଗୁଣା ପେଟ୍ରୋଲ ଓ ଡିଜେଲ କିଣିବା କାରଣରୁ କିଛିଟା ସମସ୍ୟା ଦେଖାଦେଇଥିଲା । ତେବେ ଏଥିରେ ଧିରେଧିରେ ସୁଧାର ଆସିବାରେ ଲାଗିଛି । ପୁରୀରେ କ୍ଷତିଗ୍ରସ୍ତ ହୋଇଥିବା ୨୯ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୨-୨୩ଟି ଚାଲୁ ହୋଇଗଲାଣି । ବାତ୍ୟା ପ୍ରଭାବିତ ଅଂଚଳରେ ଡିଜେଲ ଯୋଗାଇବା ପାଇଁ ୬ଟି ଡୋର ଡେଲିଭରି ସିଷ୍ଟମ କାମ କରୁଛି । ଯାହାଫଳରେ ବାତ୍ୟା ପରେପରେ ସରକାରୀ ଗାଡି ଗୁଡିକ ରିଲିଫ କାମ ଠିକ୍ ସେ କରିପାରିଲେ । ବିଜୁଳି ବ୍ୟବସ୍ଥା ହେଲେ ସମସ୍ତ ବ୍ୟବସ୍ଥା ସ୍ୱାଭାବିକ୍ ହେବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାମ ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।