March 27, 2023

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଡକ୍ଟର କେ. ଶିବନ

1 min read
K. Siban-will-come-odisha-aajira-odisha

ଆଓରି-ଭୁବନେଶ୍ଵର(୨୦/୦୯) : ଆସନ୍ତାକାଲି ଓଡ଼ିଶା ଆସିବେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ । ସେ ଜଟଣୀ ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ଏକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  । ୮ମ ସମାବର୍ତ୍ତନ ଉତ୍ସବରେ ୬ଜଣ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିବେ ।

ସେହିପରି ୨ଜଣ ବିଦ୍ୟାର୍ଥୀଙ୍କୁ ଆଇଆଇଟି ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ । ଏହାସହ  ୩୨ଜଣ ପିଏଚଡ଼ି, ୧୦୫ଜଣ ଏମଟେକ୍, ୬୭ ଜଣ ଏମଏସସି, ୧୫୨ ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ଼. ଆର ଭି ରାଜାକୁମାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.