April 19, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜିର ଗ୍ରହ ସ୍ଥିତି ପ୍ରଭାବରେ ପରିବାରରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ଉଚ୍ଚବାଚ ଘଟିପାରେ। ପିଲାମାନଙ୍କ ଆବଶ୍ୟକତା ଅନୁସାରେ କୌଣସି ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଅଫିସ୍‌ କାମରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେବେ।

ବୃଷ : ସ୍ଵନକ୍ଷତ୍ରବର୍ତ୍ତୀ ରାଶ୍ୟାଧିପ ହେତୁ ଆପଣ ସାହାଯ୍ୟ,ସମର୍ଥନ ଲାଭକରି ଚେଷ୍ଟାକରୁଥିବା କାମରେ ସଫଳତା ହାସଲ କରିବେ। ତଥାପି ବନ୍ଧୁଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିପାରେ। ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ କେତେକ କାରଣକୁ ନେଇ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ।

ମିଥୁନ : ଭାଗ୍ୟାଧିପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି ଚେଷ୍ଟା ନିଷ୍ଫଳ ହେବନାହିଁ। ଗ୍ରହଚକ୍ର ଆପଣଙ୍କୁ ଋଣ ପରିଶୋଧ କରିବା ସକାଶେ ବାଧ୍ୟ କରିପାରେ। ଜଣେ ବନ୍ଧୁ ଆଜି ଆପଣଙ୍କ ମାର୍ଗଦର୍ଶକ ସାଜିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନ, ପ୍ରଶାସନ, ଆଇନ, ଅଦାଲତ, ନିର୍ମାଣାଦି କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ପ୍ରତିବନ୍ଧକ ଦୂରେଇଯିବ।

କର୍କଟ : ରାଶିରେ ବଳବାନ୍‌ ରାହୁ, କୋଣ ସ୍ଥାନରେ ବୃହସ୍ପତି ଓ କର୍ମ ସ୍ଥାନରେ ମଙ୍ଗଳ ସାମାଗ୍ରିକ ସୁଖ ସାଧନର ପୃଷ୍ଠଭୂମି ସାଜିପାରନ୍ତି। ସବୁ ଭଲ ହେଲେ ମଧ୍ୟ କେତେକ କାରଣକୁ ନେଇ ଘରକଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟିକରିବ। ପ୍ରତ୍ୟେକ କ୍ଷେତ୍ରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ।

ସିଂହ : ଧନ ସ୍ଥାନରେ ଚନ୍ଦ୍ର ଓ ବୁଧ ଆପଣଙ୍କୁ ବାକ୍‌ପଟୁତା ପ୍ରଦାନକରି ଯେକୌଣସି ପରିସ୍ଥିତିକୁ ସଜାଡ଼ିନେବାରେ ସାହାଯ୍ୟ କରିପାରନ୍ତି। ହତୋତ୍ସାହିତ ନ ହୋଇ ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭକରି ଅବଶ୍ୟ ସଫଳତା ପାଇବେ। ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ବନ୍ଧୁପରିଜନମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ ।

କନ୍ୟା : ଦୁଃସ୍ଥାନଗତ ବୁଧ ଲାଭାଧିପ ଚନ୍ଦ୍ରଙ୍କ ସାନ୍ନିଧ୍ୟରେ ବିପରୀତ ଧର୍ମୀ ଆଚରଣ କଲେ ମଧ୍ୟ ପରକ୍ଷଣରେ ଅଭିଳଷିତ ଜିନିଷ ପ୍ରଦାନ କରିବାକୁ ବାଧ୍ୟହେବେ। ହଠାତ୍‌ ଆଜି ବହୁଦିନରୁ ଟଙ୍କା ବାକି ରଖିଥବା ଲୋକ ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯିବେ। ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହକରି ନିଜ ଲୋକମାନଙ୍କୁ ଭୁଲ୍‌ ବୁଝିପାରନ୍ତି।

ତୁଳା : ରାଶି ପ୍ରତି ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି ଆପଣଙ୍କ ଯାତ୍ରା,ବ୍ୟବସାୟ, ଗୃହ ଓ ଯାନବାହନ ଲାଭର ପ୍ରତୀକାମତ୍କ ଭାବରେ ରହିଛି। କିନ୍ତୁ କହି ଜାଣିଲେ କଥା ସୁନ୍ଦର ପରି କରି ଜାଣିଲେ ସବୁ କିଛି ଠିକ୍‌ ହୋଇପାରିବ। ମାତ୍ର ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ବିବାଦୀୟ ସ୍ଥିତି କିମ୍ବା ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବିଛା : ବୃହସ୍ପତିଙ୍କ ଉପରେ ଧନାଧିପତିଙ୍କ ଦୃଷ୍ଟି ଆପଣଙ୍କୁ ବିଭିନ୍ନ ଦିଗରୁ ଆର୍ଥିକ ସହାୟତା ପ୍ରାପ୍ତ କରାଇବେ। କିନ୍ତୁ ଟିକିଏ ଟିକିଏ କଥାରେ ଉତ୍ତେଜନା ସୃଷ୍ଟିକାରୀ ଭାଷା ପ୍ରୟୋଗରୁ କ୍ଷାନ୍ତ ରହିବା ଭଲ ହେବ। ସାହିତ୍ୟ, ସାମ୍ବାଦିକତା,ରାଜନୀତି, ସଭାସମିତି, କ୍ରୀଡ଼ା, କଳା ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।

ଧନୁ : ଭାଗ୍ୟାଧିପ ରବିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଆପଣଙ୍କ ଲକ୍ଷ୍ୟ ଓ ଉଦ୍ୟମକୁ ବାସ୍ତବତାରେ ପରିଣତ କରାଇନେବାରେ ସମର୍ଥ ହେବ। ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା କାରଣରୁ ସାମୟିକ ମନ ଚହଲିଯାଇପାରେ। ବ୍ୟବସାୟ, ପରିବହନ, ଆମଦାନୀ କାରବାର, କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସିରହିବେ।

ମକର : କୌଣସି ପ୍ରକାରର ଅସୁବିଧା ନ ଥାଇ ମଧ୍ୟ ପ୍ରିୟବନ୍ଧୁଟିର ଅନୁପସ୍ଥିତିର ଚିନ୍ତା ମନକୁ ବ୍ୟାକୁଳିତ କରିପାରେ। ଆଜି ଦିନରେ ଯାହା କରିବା ସକଶେ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥା ମାନି କାମ କଲେ ବହୁ ଭଲ ହେବ। ସାୟାହ୍ନରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ପରିବହନ, ଆଲୋଚନା, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।

କୁମ୍ଭ : ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସାଧାରଣ ପ୍ରତିବନ୍ଧକ ଭିତର ଦେଇ କାମଗୁଡ଼ିକୁ ସମ୍ପନ୍ନ କରିପାରିବେ। ପାପଗ୍ରହଯୁକ୍ତ ଶୁକ୍ର ପ୍ରଭାବରେ ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିପାରେ। ନତୁବା ଯୁକ୍ତିତର୍କକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ସନ୍ଧ୍ୟାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।

ମୀନ : ଆପଣଙ୍କ ଚିନ୍ତାଧାରା ସହ କାର୍ଯ୍ୟପଦ୍ଧତି ମନ୍ଦ ନ ହେଲେ ମଧ୍ୟ ପ୍ରକାଶଭଙ୍ଗୀର ବ୍ୟତିକ୍ରମ ସବୁକିଛି ବିଗାଡ଼ିଦେଇପାରେ। ଏହି କାରଣ ଅନୁସରଣରେ କର୍ମକ୍ଷେତ୍ରରେ ଈର୍ଷାପରାୟଣ ସହକର୍ମୀଟି ସହ ବିବାଦ ବୃଦ୍ଧିର ସୂଚନା ରହିଛି। ତଥାପି ଆଜିର ଯାତ୍ରା,ବାଣିଜ୍ୟ, ବ୍ୟବସାୟ,ମାଲି ମକଦ୍ଦମା, ସଙ୍ଗଠନ,ଲେଖାପଢ଼ା ଓ ଜମିଜମା କାରବାରରେ ଆଶାପୂରଣ ହୋଇପାରିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.