April 18, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ଶତ୍ରୁ ନିକଟରେ ନିଜର ପରାକ୍ରମ ଦେଖାଇ ପାରନ୍ତି। ଭାଇମାନଙ୍କ ସାହାଯ୍ୟ ପାଇ ବଳବାନ୍‍ ହେବେ। ଶତ୍ରୁ ନିପାତ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ବୃଷ: ପରିବେଶ ଆନନ୍ଦଦାୟକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଲାଜକୁଳା ହେବେ। ତନ୍ତ୍ର-ମନ୍ତ୍ରାଦି ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।

ମିଥୁନ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦ୍ରବ୍ୟ ନଷ୍ଟ ହୋଇପାରେ। ଉଦାର ସ୍ୱଭାବ ସମ୍ପନ୍ନ ହେବେ। ଦାନ-ଧର୍ମ କରିବାକୁ ଶ୍ରେୟ ମଣି ପାରନ୍ତି। ସୁଖୀ ହେବେ। ବ୍ୟକ୍ତି ବିଶେଷର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ।

କର୍କଟ: ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହେବେ। ମଧୁର ଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।

ସିଂହ: ଅନ୍ୟଠାରୁ ପ୍ରେରଣା ପାଇ କାର୍ଯ୍ୟ କରିପାରନ୍ତି। ସ୍ୱାଧୀନ ଚିନ୍ତା ଧାରାରେ କାର୍ଯ୍ୟ ନ କରି ପରାମର୍ଶ ନେବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ।

କନ୍ୟା: ମିଳି ଥିବା ସୁଯୋଗର ସଦ୍‍ବ୍ୟବହାର କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ।

ତୁଳା: ଉତ୍ସବାଦିରେ ବନ୍ଧୁ-ବାନ୍ଧବଙ୍କ ସହିତ ମିଳିତ ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ, ନେତ୍ରରୋଗୀ ଓ ମଧୁରଭାଷୀ ହେବେ। ସର୍ବୋପରି ରାଜଯୋଗର ସୂଚନା ମିଳୁଛି।

ବିଛା: ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଆୟ ପରିମାଣ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସମ୍ମାନିତ ହେବେ।

ଧନୁ: ପାରିବାରିକ ଜୀବନରେ ସୁଖ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ମକର: ଅଯଥାରେ ବ୍ୟୟ କରିବେ; ତଥାପି ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

କୁମ୍ଭ: ଚିନ୍ତାରୁ ମୁକ୍ତି ମିଳିବ। ଧନକ୍ଷୟ ହେବାର ସୂଚନା ମିଳୁଛି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତିି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ମନା।

ମୀନ: ସୁଯୋଗ ହରାଇ ପାରନ୍ତି। ବନ୍ଧୁ ମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ଅହଂକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବା ଆଶାକରାଯାଏ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.